ଓଡ଼ିଶା ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ 

ଆଜି ହେବ ପ୍ରସ୍ତୁତି ବୈଠକ 

ନୂଆଦିଲ୍ଲୀ, ୧୭/୧୦: ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି। ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତିଙ୍କର ଓଡ଼ିଶାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି। ସେହିପରି ୨୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିବେ‌। ଏ ନେଇ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ‌। ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ।