ଭୁବନେଶ୍ୱର, ୧୭/୧୦: ଭିଜିଲାନ୍ସ ପଞ୍ଝାରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ। ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍ ଦାସଙ୍କ ଗାଡ଼ିରୁ ମିଳିଲା ନଗଦ ୭.୨୮ ଲକ୍ଷ ଟଙ୍କା। ବିଳମ୍ବିତ ରାତିରେ ଭୁବନେଶ୍ୱର ଏଜି ଛକରୁ ନଗଦ ଟଙ୍କା ଜବତ କଲା ଭିଜିଲାନ୍ସ। ସରକାରୀ କାର୍ଯ୍ୟରେ ନିୟୋଜିତ ବୋଲେରୋରେ ଟଙ୍କା ନେବା ଅବସ୍ଥାରେ ଧରା ପଡ଼ିଛନ୍ତି ଯନ୍ତ୍ରୀ। ଟଙ୍କାର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ଯନ୍ତ୍ରୀ।
ଯାହା ପରେ ସକାଳେ ଘାଟିକିଆ ସ୍ଥିତ ଫ୍ଲାଟ୍ରୁ ନଗଦ ୧୪.୬୦ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ମୋଟ ୨୧ ଲକ୍ଷ ୮୮ ହଜାର ଟଙ୍କା ଜବତ କରାଯାଇଛି। ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅଟକ ରଖି ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ। ଭୁବନେଶ୍ୱରର ଘାଟିକିଆ ସ୍ଥିତ ଭଡ଼ାଘରେ ଓ ବଡଗଡ ସ୍ଥିତ ପୈତୃକ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ସେ ବିଭିନ୍ନ ଠିକାଦାରଙ୍କଠାରୁ ଟଙ୍କା ଆଦାୟ କରୁଥିବା ନେଇ ସୂଚନା ମିଳିଛି।