ଦଶପଲ୍ଲା, ୨୧/୧୦: ପବିତ୍ର ଦଶହରା ଅବସରରେ ଦଶପଲ୍ଲା ସ୍ଥିତ ଦୁର୍ଗାବଜାର ବଣିକ ସଂଘ ଆନୁକୂଲ୍ୟରେ ମଙ୍ଗଳବାର ଏକ ସାମାଜିକ ନାଟକ “ଆସିଛି ଏକା, ଯିବି ମୁଁ ଏକା” ମଞ୍ଚସ୍ଥ ହୋଇଯାଇଛି। ମାନବ ଜୀବନର ସତ୍ୟ ଓ ସାମାଜିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ଏହି ନାଟକଟି ଦର୍ଶକଙ୍କୁ ମୁଗ୍ଧ କରିଥିଲା। ନାଟ୍ୟ ନିର୍ଦ୍ଦେଶକ ତ୍ରିନାଥ ସାହୁଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ଏହି ନାଟକରେ ମଞ୍ଚର ପ୍ରତ୍ୟେକ କଳାକାର ଯଥା ସନୋଜ, ଦିଲ୍ଲୀପ, ସୋନୁ, ପିଣ୍ଟା, ଟୁକୁନା, ଟିକିନା, ଗଗନ, ଦିପୁନା, ସନ୍ତୋଷ, ଶ୍ରୀଧର, ବାପିନ ଏବଂ ଚନ୍ଦନ ପ୍ରମୁଖ ନିଜର ନିଖୁଣ ଅଭିନୟ ବଳରେ ଦର୍ଶକଙ୍କୁ ମୁଗ୍ଧ କରିଥିଲେ।

କଳାକାରମାନଙ୍କ ଜୀବନ୍ତ ଅଭିନୟ ଉପସ୍ଥିତ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ମ୍ୟାନେଜର କାଳୁ ପରିଚାଳନା କରିଥିବାବେଳେ ଲାଲା ଏବଂ ଦିଲ୍ଲୀପ ପାତ୍ର ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ସାରାରାତି ଥଣ୍ଡା ପାଗରେ ମଧ୍ୟ ବେଶ୍ ଜନସମାଗମ ଦେଖିବାକୁ ମିଳିଥିଲା ଏବଂ ଦର୍ଶକମାନେ ଶେଷ ପର୍ଯ୍ୟନ୍ତ ନାଟକଟିକୁ ଉପଭୋଗ କରି ବେଶ୍ ଆନନ୍ଦିତ ହୋଇଥିଲେ।
ଇତ୍ୟବସରରେ ବହୁ ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ଯାହାକି ଉତ୍ସବର ମାହୋଲକୁ ଆହୁରି ଉତ୍ସାହିତ କରିଥିଲା।