ବାତ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ

ଭୁବନେଶ୍ୱର, ୨୮/୧୦: ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଆଲର୍ଟରେ ରାଜ୍ୟ ସରକାର। ଏସଆରସିଙ୍କ କାର୍ଯ୍ୟାଳୟରେ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ବାତ୍ୟା ଅର୍ଣ୍ଣବର ସମୀକ୍ଷା କରିବା ସହିତ କୋରାପୁଟ, ଗଜପତି ଓ ମାଲକାନଗିରି ଜିଲ୍ଲାରେ ବାତ୍ୟା ମୁକାବିଲା ତଦାରଖ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ବାତ୍ୟା ସ୍ଥିତି, କ୍ଷୟକ୍ଷତି ଓ ରିଲିଫ୍ କାର୍ଯ୍ୟ ସମ୍ପର୍କ ଟେଲିଫୋନରେ ପଚାରି ବୁଝିଛନ୍ତି।