ଛାତ୍ରଛାତ୍ରୀଙ୍କୁ ଆଡମିଶନ ଫି’ ଫେରସ୍ତ କଲା ଉଚ୍ଚଶିକ୍ଷା ବିଭାଗ

ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, ୨୮/୧୦: ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କୁ ଆଡମିଶନ ଫି ଫେରସ୍ତ କଲା ଉଚ୍ଚଶିକ୍ଷା ବିଭାଗ। ୧ ଲକ୍ଷ ୧୧ ହଜାର ୬୭୮ ଛାତ୍ରଛାତ୍ରୀଙ୍କ ଖାତାକୁ ଗଲା ୬୯.୨୩ କୋଟି ଟଙ୍କା। ଆଡମିଶନ ସମୟରେ ଛାତ୍ରଛାତ୍ରୀ ଦେଇଥିବା ଟଙ୍କା ଫେରସ୍ତ କରାଗଲା। ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।

ତ୍ରୁଟିପୂର୍ଣ୍ଣ ବ୍ୟାଙ୍କ ଖାତା ବିବରଣୀ କିମ୍ବା ଟ୍ରାଞ୍ଜାକସନ ଫେଲ୍ ଯୋଗୁଁ ଯଦି ଫେରସ୍ତ ଟଙ୍କା ଜମା ହୋଇନଥାଏ, ତେବେ ସଠିକ୍ ବିବରଣୀ ପ୍ରଦାନ କରିବା ଏବଂ ଫେରସ୍ତ ପ୍ରକ୍ରିୟାକୁ ସହଜ କରିବା ପାଇଁ ଆପଣଙ୍କ ସାମ୍ସ ଷ୍ଟୁଡେଣ୍ଟ ଲଗଇନରେ ଏକ ସ୍ଵତନ୍ତ୍ର ଲିଙ୍କ୍ ଉପଲବ୍ଧ ହେବ। ଯେଉଁ ମାନଙ୍କ ଟଙ୍କା ମିଳିନାହିଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ।