ଭୁବନେଶ୍ୱର, ୩୧/୧୦: ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।ପରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ୨ ନଭେମ୍ବର ସନ୍ଧ୍ୟାରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ୩ ତାରିଖ ସକାଳ ବେଳକୁ ଆନ୍ଧ୍ର ପ୍ରଦେଶ ଉପକୂଳ ଛୁଇଁବ ବାତ୍ୟା। ଏ ନେଇ ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।
ତେଣୁ ସମୁଦ୍ର ଅଶାନ୍ତ ଥିବାରୁ ୪ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ମନା କରାଯାଇଛି। କାଲି ସୁଦ୍ଧା ଫେରିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ବାତ୍ୟା ଉପକୂଳ ଛୁଇଁବା ସମୟରେ ପନବର ବେଗ ୮୦ରୁ ୯୦ ଓ ସର୍ବାଧିକ ୧୦୦ କିମି ରହିବ। ଦକ୍ଷିର ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପବନ ବହିବା ସମ୍ଭାବନା ଅଛି। ପବନର ବେଗ ୪୦ରୁ ୫୦ କିମ୍ବା ଝଟ୍କା ପବନ ୬୦ କିମି ରହିବ। ୩ ତାରିଖରେ ୫୦ରୁ ୬୦ କିମ୍ବା ଝଟ୍କା ପବନ ୭୦ କିମି ରହିବ। ବାତ୍ୟା ପ୍ରଭାବରେ ୩ରୁ ୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଅର୍ଣ୍ଣବ ତୁଳନାରେ ସମ୍ଭାବ୍ୟ ବାତ୍ୟାର ତୀବ୍ରତା କମ ରହିବ।