ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅର୍ନ୍ତଗତ କରନଝରଣ ଗ୍ରାମର ଜୈନେକା ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ହୋଇଛି । ସୂଚନା ଅନୁଯାୟୀ ୨୦୨୧ ଜୁଲାଇ ୨୯ ତାରିଖରେ କରନଝରଣ ଗ୍ରାମର ରବିନ୍ଦ୍ର ନାଏକ(୨୪) ସନ୍ଧ୍ୟା ସମୟରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଘର ପଛପଟେ ବାସନ ସଫାକରୁଥିବା ସମୟରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା।
ଏନେଇ ବିଶୋଇ ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ତେବେ ଆଜି ରାଇରଙ୍ଗପୁର କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆସାମୀ ରବିନ୍ଦ୍ର ନାଏକକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ରାଇରଙ୍ଗପୁର ଏସଡିଜେଏମ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ କୁମାର ଦଣ୍ଡ ଶୁଣାଇଥିବା ବେଳେ କେସକୁ ସରକାରୀ ଓକିଲ ପଙ୍କଜ କୁମାର ଦାସ ପରିଚାଳନା କରିଥିଲେ ।