୨୦୨୯ ନିର୍ବାଚନ ଲଢ଼ିବେନି ସାରଦା ନାୟକ

ସ୍ୱାସ୍ଥ୍ୟଗତ କାରଣରୁ ରାଜନୀତିରୁ ଦୂରେଇ ରହିବାକୁ ନିଷ୍ପତ୍ତି

ରାଉରକେଲା, ୧୨/୧୧: ରାଉରକେଲାର ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକ ୨୦୨୯ ମସିହାରେ ହେବାକୁ ଥିବା ନିର୍ବାଚନ ଲଢ଼ିବେ ନାହିଁ। ସ୍ୱାସ୍ଥ୍ୟଗତ କାରଣରୁ ସେ ଆଗାମୀ ନିର୍ବାଚନରୁ ଦୂରେଇ ରହିବାକୁ ଘୋଷଣା କରିଛନ୍ତି।

ସାରଦା ନାୟକ ରାଉରକେଲା ରାଜନୀତିର ଜଣେ ପରିଚିତ ଚେହେରା। ସେ ବିଜୁ ଜନତା ଦଳରୁ ଏକାଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୦୪ ଓ ୨୦୦୯ ପରେ ୨୦୧୯ ଏବଂ ୨୦୨୪ ନିର୍ବାଚନରେ ମଧ୍ୟ ସେ ରାଉରକେଲା ଆସନରୁ ବିଜୟୀ ହୋଇଥିଲେ। ୨୦୧୪ ନିର୍ବାଚନରେ ଦିଲୀପ ରାୟଙ୍କଠାରୁ ସେ ପରାଜିତ ହୋଇଥିଲେ।

୨୦୨୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଦିଲୀପ ରାୟଙ୍କୁ ୩,୫୫୨ ଭୋଟ୍‌ରେ ପରାସ୍ତ କରି ପୁଣିଥରେ ବିଧାୟକ ହୋଇଥିଲେ। ଏହା ପୂର୍ବରୁ ସେ ତତ୍କାଳୀନ ସରକାର ସମୟରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।