ଭୁବନେଶ୍ୱର, ୧୩/୧୧: ବଙ୍ଗୋପସାଗରରେ ପୁଣି ବାତ୍ୟା ହେବାର ସମ୍ଭାବନା ରହିଛି।୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା ରହିଛି। ଆଜି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ସାରିଛି। ଲଘୁଚାପ କାଲି ସୁଦ୍ଧା ଆହୁରି ସ୍ପଷ୍ଟଚିହ୍ନିତ ହୋଇପାରେ। ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି। ୧୫ ବେଳକୁ ଆହୁରି ଘନୀଭୂତ ହୋଇ ଅବପାତ ହେବ। ପରେ ଏହା ୧୬ରେ ବାତ୍ୟାର ରୂପ ନେବ। ତେବେ ଏହାର ଗତିପଥ ଓ ଓଡ଼ିଶା ଉପରେ କେତେ ପ୍ରଭାବ ରହିବ, ସେ ନେଇ ଆକଳନ ହୋଇନାହିଁ।