ଗଞ୍ଜେଇ ଗଛ ଚାଷ କରିବା ଅଭିଯୋଗରେ ଜଣେ ଗିରଫ

ମୁନିଗୁଡା ପୁଲିସକୁ ସଫଳତା

ମୁନିଗୁଡା,୧୩/୧୧(ରାଜୀବ ଲୋଚନ ଦାଶ): ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୋରିଖାଲ ଗ୍ରାମରେ ଗଞେଇ ଚାଷ କରୁଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଥିବା ସୂଚନାରୁ ଜଣାପଡିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଡାଙ୍ଗସୋରଡା ଗ୍ରାମ ପଞ୍ଚାୟତ ବୋରିଖାଲ ଗ୍ରାମର ସାହେବ କୁମୁରିକା ଓରଫ ମଣ୍ଟୁ । ରାୟଗଡା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ କୌଣସି ସୂତ୍ରରୁ ଖବର ପାଇ ମୁନିଗୁଡା ଆଇଆଇସି ଲଳୀତ ମୋହନ ସାଗର ଓ ଡାଙ୍ଗସୋରଡା ଫାଣ୍ଡି ସବ ଇନିସପେକ୍ଟର ମନୋରଞନ ବିଶ୍ବାଳଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଚନ୍ଦ୍ରପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ମାଜିଷ୍ଟେ୍‌ଟ ରୂପେ ଉପସ୍ଥିତ ରହିଥିବା ବ‌େଳେ ରାଜସ୍ବ ଅଧିକାରୀ, କୃଷୀ ବିଭାଗ କର୍ମଚାରୀ ଓ ଆଇ ଆର ବି ପୁଲିସର ଗୋଟିଏ ସେକ୍ସନ ଫୋର୍ସ ଉପସ୍ଥିତ ରହିଥିଲେ । ବୋରିଖାଲ ଗ୍ରାମ ନିକଟରୁ ଗୋଟିଏ ଜମିରୁ ୨୭୨ଟି ଗଞେଇ ଗଛ ଠାବ କରାଯାଇଥିଲା ଏବଂ ଏହାକୁ ଚା‌ଷ କରିଥିବା ମଣ୍ଟୁକୁ ଏନଡିପିଏସ ଆକ୍ଟ ଅଧିନରେ ଧାରା ୨୦(ଏ)(i)ପୁଲିସ ଗିରଫ କରିଥିଲା । ମାଜି‌େଷ୍ଟଟ ଙ୍କ ଉପସ୍ଥିତିରେ ଗଞେଇ ଗଛ ଗୁଡିକୁ କାଟିବା ସହ ସେଥିରେ ନିଆଁ ଲଗାଇ ନଷ୍ଟ କରାଯାଇଥିଲା । ଅଭିଯୁକ୍ତକୁ ମୁନିଗୁଡା ପୁଲିସ ବିଚାର ବିଭାଗିୟ ଅଦାଲତକୁ ପଠାଇଦେଇଛି । ଏଠାରେ ସୂଚନାଯୋଗ୍ୟଯେ ଗଞେଇ ଚାଷ ଅଭିଯୋଗରେ ପୁଲିସ କାହାରିକୁ ଗିରଫ କରିପାରୁନଥିଲା । ଲକ୍ଷ ଲକ୍ଷ ଗଞେଇ ଗଛ ନଷ୍ଟ କରାଯାଉଥିଲା କିନ୍ତୁ ପାହାଡିଆ ଓ ଅପହଁଚ ଅଞ୍ଚଳ ହୋଇଥବାରୁ ପୁଲିସ କାହାକୁ ଗିରଫ କରିପାରୁନଥିଲା । ପ୍ରଥମଥର ମୁନିଗୁଡା ପୁଲିସକୁ ଗଞେଇ ଚାଷ କରୁଥିବା ଅଭିଯୋଗ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗଞେଇ ଚାଷ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ସୂଚନା ଦେଇଛନ୍ତି । ଜିଲ୍ଲା ପୁଲିସ ଓ ପ୍ରଶାସନ ସହାୟତାରେ ଗଞେଇ ଚାଷ ହେଉଥିବା ଅଞ୍ଚଳରେ ସରକାରଙ୍କ ବିଭିନ୍ନ ଯୋଜନାରେ ମୂଲ୍ୟଭିତ୍ତିକ ଚାଷ କରିବାକୁ ସଚେତନତା କରାଯାଉଛି ଏବଂ ଏହାର ଲାଭ ଉଠାଇବାକୁ ଏସ ପି ଶ୍ରୀ ରାଜ ପ୍ରସାଦ ଅପିଲ କରିଛନ୍ତି ।