ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ମୁମ୍ବାାଇ: ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ନିଜେ ସୂଚନା ଦେଇଛନ୍ତି।

ସେ କହିଛନ୍ତି “ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି।” ମୁଖ୍ୟମନ୍ତ୍ରୀ ପଦ ସହ ବିଧାୟକ ପଦରୁ ବି ସେ ଇସ୍ତଫା ଘୋଷଣା କରିଛନ୍ତି।

ସେହିପରି ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ହେବ ଆସ୍ଥା ଭୋଟ୍। ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ଚେଷ୍ଟା କରିବେ ଠାକରେ ସରକାର। ରାଜ୍ୟପାଳ ଡକାଇଥିବା ଆସ୍ଥା ଭୋଟ୍‌ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ।