କଲ୍ୟାଣସିଂହପୁର, ୨୬/୧୧(ନିପ୍ର): ଭାରତୀୟ ମଜଦୁର ସଙ୍ଗ ଦ୍ୱାରା ପରିଚାଳିତ ହେଉଥିବା ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ ଆହ୍ବାନ କ୍ରମେ ଛଅ ଦଫା ନେଇ ଦୁଇଦିନ ଧରି ବ୍ଲକର ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ଶାନ୍ତିପୂର୍ଣ୍ଣ ଭାବେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସିଥିବା ଦେଖିବାକୁ ମିଳିଛି।ଚଳିତ ମାସ ୨୩ ତାରିଖ ଦିନ ରାୟଗଡା ଜିଲ୍ଲାର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଧାରଣା ଦେଇ ଆସି ନିଜ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ଧାରଣା ଜାରି ରଖିଛନ୍ତି। ସେମାନଙ୍କ ୬ ଦାବି ମଧ୍ୟରୁ ମୁଖ୍ୟ ଦାବି ହେଉଛି ସରକାରୀ କର୍ମଚାରୀର ମାନ୍ୟତା, ମାସିକ ପାରିଶ୍ରମିକ ବୃଦ୍ଧି, ପେନସନ, ଅବସରକାଳୀନ ସୁବିଧା ସମେତ କାର୍ଯ୍ୟବୋଝ ହ୍ରାସ ଭଳି ଛଅ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଥିରେ ସଂଘର ସଭାପତି ହେମଲତା ମହାପାତ୍ର, ସମ୍ପାଦକ ବୃନ୍ଦାବତୀ ବେହେରା, ରିତା ରଞ୍ଜନୀ ପଣ୍ଡା, ମଣ୍ଡଳ ସାରୀ, ମଞ୍ଜୁଳା ଉଲ୍ଲକା, ପଦ୍ମାବତୀ ନାୟକ, ମମତା ହୁଇକା ସମେତ ବହୁତ ଅଙ୍ଗନବାଡି କର୍ମୀ ଓ ସହାୟିକା ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଆଜି ପବିତ୍ର ମାର୍ଗଶିର ମାସର ପ୍ରଥମ ଗୁରୁବାର ହୋଇଥିଲେ ମଧ୍ୟ ମହିଳାମାନେ ଧାରଣାରେ ବସି ରହିଛନ୍ତି।
Next Post