ଘୁ.ଉଦୟଗିରି: ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ହଠାତ ଥଣ୍ଡାର ପ୍ରକୋପ ଜନଜୀବନ ଅସ୍ତବ୍ୟସ୍ତ କରି ପକେଇଲାଣି। ଗତ ସପ୍ତାହେ ହେଲା ଲଗାତାର ଘୁ.ଉଦୟଗିରି ସହରର ତାପମାତ୍ରା ଲଗାତାର ହ୍ରାସ ପାଇବାରେ ଲାଗିଛି। ଚଳିତ ବର୍ଷ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଥିବା ଏବଂ ଥଣ୍ଡା ସହର ଭାବେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର ସ୍ଥାନିତ ହେବାରେ ଲାଗିଛି।
ଗତକାଲି ଠାରୁ ଆଜି ୧.୪ଡିଗ୍ରି ହ୍ରାସ ପାଇଛି। ଆଜି ଘୁ.ଉଦୟଗିରି ସହରର ତାପମାତ୍ରା ପୁଣି ୫ଡିଗ୍ରି ରେକର୍ଡ କରାଯାଇଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ ଆରମ୍ଭ ହୋଇଯାଇଛି। ସଞ୍ଜ ନଇଁଲେ ରାସ୍ତାଘାଟ ଶୁନ୍ ଶାନ ହୋଇ ଜନ ଶୁନ୍ୟ ଦେଖାଯାଉଛି ସହରର ରାସ୍ତାଘାଟ। ରାତି ବଢିଲେ ଶୀତର ପ୍ରକୋପ ବୃଦ୍ଧି ପାଇବା ସହ ସାରା ଅଞ୍ଚଳ ଖୁଡିର ଚାଦର ଭିତରେ ଆଚ୍ଛାଦିତ ହେବାରେ ଲାଗୁଛି। ସକାଳୁ ସାରା ଅଞ୍ଚଳରେ ବୃକ୍ଷଲତା, ଘାସ ପଡ଼ିଆରେ ଶିଶିର ବିନ୍ଦୁ ଆଛାଦିତ ହେବା ସହ ବରଫର ପ୍ରଲେପର ଭ୍ରମ ସୃଷ୍ଟି କରୁଛି। ପ୍ରବଳ ଥଣ୍ଡା ଯୋଗୁଁ ନିଆଁ ଭରଷାରେ ଗରିବ ଲୋକ ରାତି କାଟୁଥିବା ବେଳେ ପର୍ଯ୍ୟଟକଙ୍କ ଆଗମନ ହୋଇଛି।