ଚିଲିକାରେ ୧୮୩ ପ୍ରଜାତିର ୧୧.୩୧ ଲକ୍ଷ ପକ୍ଷୀଙ୍କ ସମାଗମ

ଏସିଆ ମହାଦେଶର ଅନ୍ୟତମ ବୃହତ୍ତମ ଲୁଣି ହ୍ରଦ ‘ଚିଲିକା’ରେ ଆଜି ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଚଳିତ ବର୍ଷ ଚିଲିକାକୁ ୧୮୩ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୧୨୯ଟି ଦେଶୀ ଓ ବିଦେଶୀ ପକ୍ଷୀ ଆସିଛନ୍ତି। ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ରୁଷିଆ, ସାଇବେରିଆ, ହିମାଳୟ, ଅ‌ଷ୍ଟ୍ରେଲିଆରୁ ମଧ୍ୟ ସାମିଲ ଅଛନ୍ତି। ଚିଲିକା ହ୍ରଦକୁ ଚଳିତ ବର୍ଷ ଅଧିକ ପକ୍ଷୀ ଆସିଛନ୍ତି ଏହା ଗତବର୍ଷ ତୁଳନାରେ ପ୍ରାୟ ୫୭ ଲକ୍ଷ ଅଧିକ ବୋଲି ଜଣାପଡ଼ିଛି। ଚିଲିକା ହ୍ରଦର ଅନ୍ୟତମ ଆକର୍ଷଣୀୟ କ୍ଷେତ୍ର ‘ନଳବଣ’ରେ ସର୍ବାଧିକ ୩ ଲକ୍ଷ ୪୨ ହଜାର ପକ୍ଷୀଙ୍କ ସମାଗମ ହୋଇଛି।