ରାୟଗଡାରେ ୨ ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ୨ୟ ଟିମ ଆରମ୍ଭ କଲା ଖୋଳତାଡ

ରାୟଗଡା ସହରର ହୋଟେଲ ସାଇ ଇଂଟରନ୍ୟାସନାଲରେ ଗତବର୍ଷ ଡିସେମ୍ବର ୨୨ ତାରିଖରେ ଋଷୀୟ ନାଗରିକ ତଥା ପର୍ଯ୍ୟଟକ ଭ୍ଳାଦମିିରି ବିନୋଭାଦେ ଓ ୨୪ତାରିଖରେ ଆଟୋଂଭା ପାୱେଲଙ୍କ ସନ୍ଦେହଜନକ ଭାବେ ହୋଇଥିବା ମୃତ୍ୟୁ ଘଟଣାର ପ୍ରକୃତ ସତ୍ୟ ବାହାର କରିବାକୁ ରାୟଗଡାରେ ଡେରା ପକାଇ ତଦନ୍ତ ଚଳାଇଛନ୍ତି ରାଜ୍ୟ ସରକାରଙ୍କ କ୍ରାଇମବ୍ରାଚଂ ଟିମ୍ । ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ୫ଜଣିଆ କ୍ରାଇମବ୍ରାଂଚ ଏବଂ ୫ଜଣିଆ ଫୋରେନସିକ୍ ଟିମ୍ ପଂହଚି ରାୟଗଡାରେ ୫ଦିନ ଧରି ମୃତ୍ୟୁ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ପୁଣି କ୍ରାଇମବ୍ରାଂଚ ଡିଏସପି ତପନ ଦାସଙ୍କ ନେତୃତ୍ୱରେ ୫ଜଣିଆ ଦ୍ୱିତୀୟ ଟିମ୍ ରାୟଗଡାରେ ପଂହଚି ପ୍ରଥମ ଟିମ୍ ନିକଟରୁ ସମସ୍ତ ତଥ୍ୟ ଓ ତଦନ୍ତ ରିପୋର୍ଟ ଓ ଜବତ୍ ସାମଗ୍ରୀକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।
ଆଜି ସକାଳେ ପ୍ରଥମେ ଟିମ୍ ରାୟଗଡା ଥାନାକୁ ଯାଇ ଦୀର୍ଘ ୩ଘଂଟା ଧରି କେସ୍ ସଂପର୍କରେ ଆଲୋଚନା କରିଥିଲେ । ପରେ ଜିଲ୍ଳା ଏସ.ପି. ବିବେକାନନ୍ଦ ଶର୍ମାଙ୍କୁ ଭେଟି ଆଲୋଚନା କରିଥିଲେ । କ୍ରାଇମବ୍ରାଂଚ ଡିଏସପି ଶ୍ରୀ ଦାସ ଗଣମାଧ୍ୟମକୁ ଟିମ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ବିଷୟରେ ପ୍ରକାଶ କରିଥିଲେ । ପ୍ରଥମ ଟିମ୍ ନିକଟରୁ ସମସ୍ତ ତଥ୍ୟ ଓ ତଦନ୍ତ ରିପୋର୍ଟ,ସାକ୍ଷୀମାନଙ୍କ ବୟାନ ରେକର୍ଡ, ଶ୍ମଶାନରୁ ଜବତ ହୋଇଥିବା ହାଡ, ପାଉଁଶ ଏବଂ ହୋଟେଲରୁ ଜବତ ବିଭିନ୍ନ ସାମଗ୍ରୀକୁ ନେଇ ପୁଣିଥରେ ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି ।