ଆମେରିକାର ରାଷ୍ଟ୍ରପତି ଦୌଡ଼ରେ ସାମିଲ ହେଲେ ଭାରତୀୟ ବଂଶୋଦ୍ଭବ ନିକ୍କି ହେଲି

ବିଶିଷ୍ଟ ଭାରତୀୟ-ଆମେରିକୀୟ ନେତ୍ରୀ ନିକ୍କି ହେଲି ମଙ୍ଗଳବାର ଠାରୁ ରାଷ୍ଟ୍ରପତି ପଦ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରି ୨୦୨୪ରେ ହ୍ୱାଇଟ୍ ହାଉସ୍ ପାଇଁ ତାଙ୍କ ଦଳର ପ୍ରାର୍ଥୀ ହେବାରେ ପ୍ରଥମ ରିପବ୍ଲିକାନ୍ ହୋଇଛନ୍ତି । ୫୧ ବର୍ଷୀୟ ହେଲି ଦୁଇ ଥର ଦକ୍ଷିଣ କାରୋଲିନାର ଗଭର୍ଣ୍ଣର ଏବଂ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଅଛନ୍ତି । ଦକ୍ଷିଣ କାରୋଲିନାର ପୂର୍ବତନ ଗଭର୍ଣ୍ଣର ତଥା ଭାରତୀୟ ବଂଶୋଦ୍ଭବ ୫୧ ବର୍ଷୀୟ ପୂର୍ବତନ ଗଭର୍ଣ୍ଣର ଏକ ଭିଡିଓ ବିବୃତିରେ କହିଛନ୍ତି, ମୁଁ ନିକ୍କି ହେଲି ଏବଂ ମୁଁ ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଅଛି ।