ରାତି ପାହିଲେ ପବିତ୍ର ମହାଶିବରାତ୍ରି: ଏକାମ୍ରକ୍ଷେତ୍ର ଚଳଚଞ୍ଚଳ, ଆଲୋକମାଳାରେ ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିର

ରାତି ପାହିଲେ ପବିତ୍ର ମହାଶିବରାତ୍ରି । ଏକାମ୍ର କ୍ଷେତ୍ରରେ ଥିବା ବିଭିନ୍ନ ଶୈବପୀଠରେ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଲିଙ୍ଗରାଜ ମନ୍ଦିରକୁ ରଂଗୀନ ଆଲୋକରେ ସୁସଜ୍ଜିତ କରାଯାଇଛି। ଆଲୋକମାଳାରେ ଶ୍ରୀଲିଙ୍ଗରାଜ ମନ୍ଦିର ଝଲସୁଛି। ଭକ୍ତଙ୍କୁ ଆକର୍ଷିତ କରୁଛି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରରେ ମହାଶିବରାତ୍ରି ପାଳନ ନେଇ ପୁଲିସର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାୟରେ ପହଞ୍ଚିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ରାତି ୨ ଟାରୁ ସେବାୟତ ପରିବାର ଉତ୍ତର ଦ୍ବାର ଦେଇ ପ୍ରବେଶ କରି ଦର୍ଶନ କରିବେ। ୩ ଟାରୁ ସିଂହ ଦ୍ବାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ। ରୋଷ ହୋମ ୬ଟା ୩୦, ଛାମୁ ପରିଷ୍କାର ଦିନ ୧୧ଟାରୁ ୧୨ଟା, ସାହାଣମେଳା ଦର୍ଶନ ଅପରାହ୍‌ଣ ୩ଟା ୪୫ରୁ ୪ଟା ୪୫, ମହାଦୀପ ଦର୍ଶନ ରାତି ୧୦ଟା, ସାହାଣ ମେଳା ଦର୍ଶନ ରାତି ୧୦ଟାରୁ ୧୧ଟା, ଭୁବନେଶ୍ବରୀଙ୍କ ସନ୍ଧ୍ୟାଧୂପ ଓ ପୂଜା ରାତି ୧୧ଟାରୁ ୧୧ଟା ୩୦ ହେବ। ସେହିପରି ବଡ଼ସିଂହର ଓ ପହୁଡ ଭୋର ୪ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଜାରି ରହିବ।