୧୨ଟି ଚିତାଙ୍କୁ ନେଇ ଭାରତ ଅଭିମୁଖେ ବାହାରିଲା ବାୟୁସେନାର ଗ୍ଲୋବମାଷ୍ଟର

ଦକ୍ଷିଣ ଆଫ୍ରିକାରୁ ଆସୁଥିବା ବାରଟି ଚିତା ଆଜି ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଆଜି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତୀୟ ବାୟୁସେନାର ସି -୧୭ ଗ୍ଲୋବମାଷ୍ଟର ବିମାନ ଆସନ୍ତାକାଲି ସୁଦ୍ଧା ଭାରତରେ ପହଂଚିଯିବ | ଏହି ଚିତାମାନଙ୍କୁ କୁନୋ ନ୍ୟାସନାଲ ପାର୍କ (କେଏନପି) ରେ ଛଡ଼ାଯିବ । ଏହି ୧୨ ଟି ଚିତା ମଧ୍ୟରୁ ୭ଟି ଅଣ୍ଡିରା ଏବଂ ପାଞ୍ଚଟି ମାଈ ଚିତା ଥିବାବେଳେ ଗତ ବର୍ଷ ସେପ୍ଟେମ୍ବର ୧୭ରେ ନାମିବିଆରୁ ଆସିଥିବା ଆଠଟି ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ଏନକ୍ଲୋଜରରେ ଛଡାଯାଇଥିଲା ।