କମିଲା ‘ପଠାନ୍‌’ ରିଲିଜ୍‌ ହୋଇଥିବା ପରଦା ସଂଖ୍ୟା; ଜାଣନ୍ତୁ ୨୪ ଦିନର ବକ୍ସ ଅଫିସ୍‌ ରିପୋର୍ଟ

ସାମ୍ନାକୁ ଆସିଲା ‘ପଠାନ୍‌’ର ୨୪ ଦିନର ବକ୍ସ ଅଫିସ୍‌ ରିପୋର୍ଟ। ଫିଲ୍ମଟି ରିଲିଜ୍‌ ହେବାରେ ୩ ସପ୍ତାହ ପରେ ବି ଭଲ ରୋଜଗାର କରିଚାଲିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ‘ପଠାନ୍‌’ ୨୪ ଦିନରେ ୨.୫୦ କୋଟି ଟଙ୍କା ରୋଜଗାର କରିଛି। ତେବେ ଫିଲ୍ମ ରିଲିଜ୍‌ ପରଠାରୁ ଯେ‌ତିକି ପରଦାରେ ଦେଖିବାକୁ ମିଳିଥିଲା ‌ଏବେ ସେଥିରେ ହ୍ରାସ ଘଟିଛି।

‘ପଠାନ୍‌’ ଏବେ ସୁଦ୍ଧା ବିଶ୍ବସ୍ତରରେ ସମୁଦାୟ ୯୮୦ କୋଟିର ବେପାର କରି ସାରିଲାଣି। ଭାରତରେ ପିଭିଆର୍‌ ସିନେମା ହଲ୍‌ରେ ୪୬ ଲକ୍ଷ ଟଙ୍କା ରୋଜଗାର ହୋଇଥିବା ବେଳେ ଆଇନକ୍ସରେ ୩୫ ଲକ୍ଷ ଓ ସିନେପଲିସ୍‌ରେ ୨୦ ଲକ୍ଷ ଟଙ୍କା ରୋଜଗାର ହୋଇଛି।