ପ୍ରସାଦ ଭାବି ଢକଢକ ପିଇଦେଲେ ଭାଙ୍ଗମିଶା କ୍ଷୀର, ୧୬ ଶ୍ରଦ୍ଧାଳୁ ହସ୍ପିଟାଲରେ ଭର୍ତ୍ତି

ଛତିଶଗଡର ବାଲୋଡ ଜିଲ୍ଲାରେ ମହାଶିବରାତ୍ରୀ ଦିନ ଭାଙ୍ଗ ମିଶା କ୍ଷୀର ପିଇବା ପରେ ୧୬ ଜଣ ଅସୁସ୍ଥ ହୋଇପଡିଛନ୍ତି | ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ନାବାଳକ ଛାତ୍ର ମଧ୍ୟ ଅଛନ୍ତି। ମିଳିଥିବା ସୂଚନା ମୁତାବକ ବାଲୋଡର ଜୟସ୍ତମ୍ଭ ଛକ ନିକଟରେ ଥିବା ଶିବ ମନ୍ଦିରରେ ଗତକାଲି ମହାଦୀପ ଉଠିବା ପରେ ମନ୍ଦିର ବାହାରେ ପ୍ରସାଦ ଦିଆଯାଉଥିଲା | ତେବେ ପ୍ରସାଦ ଭାବରେ କ୍ଷୀରରେ ଭାଙ୍ଗ ମିଶାଯାଇ ବଣ୍ଟାଯାଇଥିଲା | ଆଉ କିଛି ଶ୍ରଦ୍ଧାଳୁ ପ୍ରସାଦ ଭାବି ଏହି ଭାଙ୍ଗ ମିଶା କ୍ଷୀର ପିଇଦେଇଥିଲେ |