ତେଲେଙ୍ଗାନା ହେଉଛି ଭାରତର ଆଫଗାନିସ୍ତାନ ଏବଂ କେସିଆର ହେଉଛନ୍ତି ତାଲିବାନ: ୱାଇଏସ ଶର୍ମିଲା

ତେଲେଙ୍ଗାନାର ୱାଇଏସଆରଟିପି ମୁଖ୍ୟ ୱାଇଏସ ଶର୍ମିଲାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସେ ମହବୁବାବାଦ ବିଧାୟକ ବନୋଥ ଶଙ୍କରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ପୁଲିସର ସୂଚନାନୁସାରେ, ୱାଇଏସ ଶର୍ମିଲାଙ୍କ ବିରୋଧରେ ଧାରା ୫୦୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ହାଇଦ୍ରାବାଦ ନିଆଯାଇଛି। ଏହାପୂର୍ବରୁ ୱାଇଏସଆରଟିପି ମୁଖ୍ୟ ୱାଇଏସ ଶର୍ମିଲା ରବିବାର କହିଛନ୍ତି ଯେ ତେଲେଙ୍ଗାନା ହେଉଛି ଭାରତର ଆଫଗାନିସ୍ତାନ ଏବଂ କେସିଆର ହେଉଛନ୍ତି ତାଲିବାନ। ସେ କହିଛନ୍ତି ଯେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଜଣେ ଅତ୍ୟାଚାରୀ ଶାସକ |ତେଲେଙ୍ଗାନାରେ ଭାରତର କୌଣସି ସମ୍ବିଧାନ ନାହିଁ, କେବଳ କେସିଆରଙ୍କ ସମ୍ବିଧାନ ଚାଲିଛି ।