ବିଗ୍ ବସ୍ ଜିତିବା ପରେ ଏମସି ଷ୍ଟାନଙ୍କ ଉପରେ ହେଲା ଉପହାର ବର୍ଷା, ସଲମାନ-ରୋହିତ ସେଟ୍ଟୀ ଦେଲେ ଏହି ଉପହାର

ଚର୍ଚ୍ଚାରେ ବିଗ୍ ବସ୍-୧୬ର ବିଜେତା ଏମସି ଷ୍ଟାନ। ରିୟାଲିଟି ସୋ’ ବିଗ୍ ବସ୍-୧୬ରେ ବେଶୀ ସକ୍ରିୟ ନରହି ବି ସେ ବିଜୟୀ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଇନଷ୍ଟାରେ ଥିବା ତାଙ୍କର ୭୦ଲକ୍ଷ  ଫଲୋୱର୍ସଙ୍କ ପାଇଁ ଏହା ସମ୍ଭବ ହୋଇଥିବା କଥା କୁହାଯାଉଥିବା ବେଳେ ସୋ’ ଜିତିବା ପରେ ତାଙ୍କ ଉପରେ ଉପହାର ବର୍ଷା ହେଉଥିବା ଜଣାପଡ଼ିଛି। ବିଗ୍ ବସ୍ ୧୬ ଜିତିବା ପରେ, ଏମସି ଷ୍ଟାନ୍, କିଛି ଲୋକପ୍ରିୟ ସେଲିବ୍ରିଟିଙ୍କ ତରଫରୁ ଶୁଭେଚ୍ଛା ବାର୍ତ୍ତା ଏବଂ ମହଙ୍ଗା ଉପହାର ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି।

ଏମସିଙ୍କୁ ରାପର ବାଦଶାହ ୫୦ଲକ୍ଷର ସୁନା ଚେନ୍ ଦେଇଥିବା ବେଳେ ତାଙ୍କ ପ୍ରେମିକା ଅନମ ଶେଖ୍ ଓରଫ ବୁବା ୪୫ଲକ୍ଷର ବିଏମଡବ୍ଲୁ ବାଇକ୍, ରୋହିତ ସେଟ୍ଟୀ ୪୫ଲକ୍ଷର ମିନି କୁପର କାର୍, ସଲମାନ ଖାନ୍ ୧୫ଲକ୍ଷର ପ୍ଲାଟିନମ ବ୍ରେସଲେଟ, ପ୍ରତିଯୋଗୀ ତଥା ଏମସିଙ୍କ ବନ୍ଧୁ ଅବଦୁ ରୋଜିକ୍ ୬ଲକ୍ଷର ସୋପାର୍ଡ ଘଣ୍ଟା ଓ ବଲିଉଡ ନିର୍ଦ୍ଦେଶକ ସାଜିଦ ଖାନ୍ ୩ଲକ୍ଷର ହୀରା ଚେନ୍ ଦେଇଥିବା କୁହାଯାଉଛି।