ଗୁରୁବାର ସକାଳ ସାଢ଼େ ୧୦ ପର୍ଯ୍ୟନ୍ତ ଗୃହ ମୁଲତବି

ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ସକାଳେ ବାଚସ୍ପତି ପ୍ରଥମେ ପୂର୍ବାହ୍ଣ ୧୧.୩୦ ଯାଏ ଗୃହ ମୁଲତବି ରଖିଥିଲେ। ଏହାପରେ ସମାନ ସ୍ଥିତି ଜାରି ରହିଥିବାବେଳେ ହଟ୍ଟଗୋଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତି ଉପସ୍ଥାପନ କରିଥିଲେ। ପୁଣି ଅପରାହ୍ନ ୪.୩୦ରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ବି ହଟ୍ଟଗୋଳ ଚାଲିଥିଲା । ଗୃହର ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଆସି ନାରାବାଜି କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ନେଇ ବିଜେଡି ସଦସ୍ୟମାନେ ନିଜ ଆସନରେ ଛିଡା ହୋଇ ନାରାବାଜି କରିଥିଲେ।