କଂଗ୍ରେସ ନେତାଙ୍କୁ ଘାଣ୍ଟୁଛି ଇଡି: ୮ ବର୍ଷରେ ୩ ହଜାରରୁ ଅଧିକ ସର୍ଚ୍ଚ ଅପରେସନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଆୟକର ବିଭାଗ, ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିଙ୍କ ଚଢ଼ାଉକୁ ନେଇ ଏବେ ରାଜନୀତି ଜୋର ଧରିଛି | ନିକଟରେ ଛତିଶଗଡର ରାୟପୁରରେ କଂଗ୍ରେସ ମହାଧିବେଶନର ତିନି ଦିନ ପୂର୍ବରୁ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା | ଗତକାଲି ଇଡି କଂଗ୍ରେସ ନେତାଙ୍କ ସମେତ ମୋଟ ୧୩ ଜଣଙ୍କ ଘରେ ଚଢ଼ାଉ କରିଥିଲା। ଏହି ମାମଲା କୋଇଲା ଦୁର୍ନୀତି ସହ ଜଡିତ ହୋଇଥିବାବେଳେ କଂଗ୍ରେସ ଏହି ଚଢ଼ାଉ ପଛରେ ରାଜନୀତି ଥିବାର କହିଛି | ଚଢ଼ାଉକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ ଗତ ୯ ବର୍ଷ ମଧ୍ୟରେ ୯୫ ପ୍ରତିଶତ ଚଢ଼ାଉ କେବଳ ବିରୋଧୀ ଦଳର ନେତାଙ୍କ ଉପରେ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ କଂଗ୍ରେସର। ତେବେ ଆଜି ଆମେ ଆପଣଙ୍କ ସାମ୍ନାରେ ଇଡି ଚଢ଼ାଉ ବାବଦରେ ଏକ ତଥ୍ୟ ଦେବାକୁ ଯାଉଛୁ | ୨୦୧୪ ରୁ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ହୋଇଥିବା ଚଢ଼ାଉର ସମ୍ପୂର୍ଣ୍ଣ ବିବରଣୀ ରହିଛି | ୨୦୧୪ ମସିହାରେ ମୋଦୀ ସରକାର କେନ୍ଦ୍ରକୁ ଆସିବା ପରେ ଜୁଲାଇ ୨୦୧୨ ପର୍ଯ୍ୟନ୍ତ ମୋଟ ୬୪୮ଟି ଚଢ଼ାଉ କରାଯାଇଥିଲା, ଯେଉଁଥିରେ ଟାର୍ଗେଟରେ ବିରୋଧୀ ନେତା ଥିଲେ । ଯଦି ଆମେ ୨୦୧୪ ରୁ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଏହି ଆକଳନକୁ ଦେଖିବା, ୮୦ ଜଣ କଂଗ୍ରେସ ନେତାଙ୍କ ଉପରେ ଇଡି ଚଢ଼ାଉ କରିଥିଲା |