ଏମିତି କୌଣସି ଖେଳାଳି ନାହାନ୍ତି, ଯାହାର ଖରାପ ଫର୍ମ ଆସିନାହିଁ; ରାହୁଲଙ୍କ ସମର୍ଥନରେ କହିଲେ ଗମ୍ଭୀର

ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କ ଖରାପ ଫର୍ମ ଜାରି ରହିଛି । ଦିଲ୍ଲୀ ଟେଷ୍ଟରେ ବି ସେ ପୁଣି ଥରେ କମ ରନରେ ଆଉଟ୍ ହୋଇଥିଲେ । ଫଳରେ ଦଳରେ ତାଙ୍କର ସ୍ଥାନକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ତାଙ୍କର ଖରାପ ଫର୍ମକୁ ନେଇ କ୍ରିକେଟ ପ୍ରେମୀଙ୍କ ସମେତ ଅନେକ ବରିଷ୍ଠ ଖେଳାଳି ତାଙ୍କୁ ସମାଲୋଚନା କରୁଥିବା ଦେଖାଯାଇଛି। ହେ‌ଲେ ଖରାପ ଫର୍ମ ସତ୍ତ୍ବେ ରାହୁଲଙ୍କୁ ସମର୍ଥନ କରିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର।

ଯେଉଁମାନେ କେଏଲ୍ ରାହୁଲଙ୍କ ଖରାପ ଫର୍ମ ବିଷୟରେ କହୁଛନ୍ତି ସେମାନେ ଜାଣନ୍ତି ନାହିଁ ଯେ ଅନ୍ତର୍ଜାତୀୟ କ୍ରିକେଟ୍ କେତେ କଷ୍ଟକର। ମୁଁ ନିଶ୍ଚିତ ଯେ ଯେତେବେଳେ ଜଣେ ଖେଳାଳି ଭଲ ପ୍ରଦର୍ଶନ କରୁନାହିଁ, ସେତେବେଳେ ତାଙ୍କୁ ଅଧିକ ସମର୍ଥନ ଆବଶ୍ୟକ ହୋଇଥାଏ। ଏମିତି ଜଣେ ଖେଳାଳିଙ୍କ ନାଁ କୁହ, ଯିଏ କ୍ୟାରିୟର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭଲ ରନ୍ ସ୍କୋର କରିଛନ୍ତି। ଏହିପରି ସମୟ ସମସ୍ତଙ୍କ ଜୀବନରେ ଆସେ ଏବଂ ଆମକୁ ଭଲ ପ୍ରତିଭାକୁ ସମର୍ଥନ କରିବା ଉଚିତ୍।