‘ଭାରତ ଯୋଡ଼ୋ ଯାତ୍ରା’ ସଙ୍ଗେ ମୋ ଇନିଙ୍ଗ୍‌ସ୍‌ର ଅବସାନ ଘଟିପାରେ: ସୋନିଆ ଗାନ୍ଧୀ

‘ଭାରତ ଯୋଡ଼ୋ ଯାତ୍ରା’ ସହିତ ମୋ ‘ଇନିଙ୍ଗସ୍‌’ର ପରିସମାପ୍ତି ଘଟିପାରେ ବୋଲି ରାଜନୀତିରୁ ଅବସର ଗ୍ରହଣ କରିବା ଆଭାସ ଦେଇ ଆଜି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କହିଛନ୍ତି।

ଛତିଶଗଡ଼ର ରାଜଧାନୀ ରାୟପୁରରେ ଚାଲିଥିବା କଂଗ୍ରେସର ୩ଦିନିଆ ମାନସମନ୍ଥନ କନ୍‌କ୍ଲେଭ୍‌ରେ ଉପସ୍ଥିତ ୧୫,୦୦୦ ପ୍ରତିନିଧିଙ୍କୁ ଉଦ୍‌ବ‌ୋଧନ ଦେଇ ସୋନିଆ ଗାନ୍ଧୀ କହିଲେ, ଡକ୍ଟର ମନମୋହନ ସିଂହଙ୍କ ଦକ୍ଷ ନେତୃତ୍ବ ସହିତ ୨୦୦୪ ଓ ୨୦୦୯ରେ ଆମର ବିଜୟ ମତେ ବ୍ୟକ୍ତିଗତ ସନ୍ତୋଷ ଦେଇଥିଲା। କିନ୍ତୁ, ‘ଭାରତ ଯୋଡ଼ୋ ଯାତ୍ରା’ ସଙ୍ଗେ ମୋର ଇନିଙ୍ଗ୍‌ସ୍‌ ଶେଷ ହେଉଥିବା କଥା ମତେ ଖୁବ୍‌ ଆନନ୍ଦ ଦେଉଛି। ଏହି ଯାତ୍ରା ନିଷ୍ପତ୍ତି ଗ୍ରହଣ କରିବାର ଅବସର ଆଣିଦେଇଛି। ଭାରତବାସୀ ସହାବସ୍ଥାନ, ସହନଶୀଳତା ଏବଂ ସମାନତା ଚାହାଁନ୍ତି ବୋଲି ଏହି ଯାତ୍ରା ପ୍ରମାଣିତ କରିଛି।