ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ ଗାଡ଼ିକୁ ପଥରମାଡ଼

ପଶ୍ଚିମବଙ୍ଗର କୁଚବିହାରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରାମାଣିକଙ୍କ ଗାଡ଼ି ଉପରକୁ ପଥରମାଡ଼ ହୋଇଛି । ଉତ୍ତ୍ୟକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା । ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ସେଲ୍ ମଧ୍ୟ ପ୍ରୟୋଗ କରାଯାଇଛି ।

ଏହି ଆକ୍ରମଣ ପାଇଁ ମନ୍ତ୍ରୀ ନିଶିଥ ପ୍ରାମାଣିକ ଟିଏମସି ସମର୍ଥକଙ୍କୁ ଦାୟୀ କରିଛନ୍ତି । ଯଦି ରାଜ୍ୟରେ ଜଣେ ମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ଆପଣ କଳ୍ପନା କରିପାରିବେ। ଏହି ଘଟଣା ବଙ୍ଗଳାରେ ଗଣତନ୍ତ୍ରର ସ୍ଥିତିକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।