ଏତିକି ଚିଟଫଣ୍ଡ କମ୍ପାନିର ଜବତ କରାଯାଇଛି ସମ୍ପତ୍ତି, ଗୃହରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ

ଓଡିଶା ଜମାକାରୀଙ୍କ ସ୍ୱାର୍ଥର ସୁରକ୍ଷା ଅଧିନିୟମ ୨୦୧୧ ବ୍ୟବସ୍ଥା ଅନୁଯାୟୀ ସ୍ଥାପିତ ନ୍ୟାୟାଳୟର ଚୂଡାନ୍ତ ରାୟ ଆଧାରରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସମ୍ପତ୍ତି ଜବତ କରାଯିବା ସହ ଜବତ ସମ୍ପତ୍ତିର ବିକ୍ରିଲବ୍ଧ ଅର୍ଥକୁ କ୍ଷୁଦ୍ର ଜମାକାରୀଙ୍କ ଫେରସ୍ତ କରାଯାଇଛି | ବିଧାନସଭାରେ ଆଜି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା କହିଛନ୍ତି |

ଖଣ୍ଡପଡ଼ା ବିଧାୟକ ପ୍ରଶ୍ନ କରିଥିଲେ ଯେ ଓଡିଶା ଜମାକାରୀଙ୍କ ସ୍ୱାର୍ଥର ସୁରକ୍ଷା ଆଇନରେ ସ୍ଥାପିତ ସ୍ୱତନ୍ତ୍ର କୋର୍ଟର ଚୂଡାନ୍ତ ରାୟ ଆଧାରରେ କେଉଁ କେଉଁ ଚିଟଫଣ୍ଡ ସଂସ୍ଥାର କେତେ ସମ୍ପତ୍ତି ଜବତ କରାଯାଇଛି ଓ ଜବତ ସମ୍ପତ୍ତି ମଧ୍ୟରୁ କେତେ ବିକ୍ରି କରାଯାଇ କେତେ ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି?