କୁଆଡେ ଗଲେ ୬୮ ଡାକ୍ତର

ରାଜ୍ୟରେ ବିଗୁଡୁଛି ସ୍ବାସ୍ଥ୍ୟ ସେବା। କାମରେ ଅବହେଳା କରୁଛନ୍ତି ସରକାରୀ ଡାକ୍ତର। ଛୁଟି ନ ନେଇ ନିଜ ଘର କାମରେ ବ୍ୟସ୍ତ ରହୁଛନ୍ତି। ଏପଟେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଡାକ୍ତରଖାନାରୁ ନିରାଶ ହୋଇ ଫେରୁଛନ୍ତି। ଆଉ ରାଜ୍ୟରେ ଡାକ୍ତର ଅଭାବ ଓ ଡାକ୍ତରଙ୍କ ଶୃଙ୍ଖଳା ବାବଦରେ ଆଜି ବଡ ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ | ମନ୍ତ୍ରୀ କହିଛନ୍ତି ଯେ ବଦଳି ପରେ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି ରାଜ୍ୟର ୬୮ ଜଣ ସରକାରୀ ଡାକ୍ତର | ସେହିପରି ୧୩୮ ଜଣ ଡାକ୍ତର ଦୀର୍ଘ ଦିନ ହେବ ଛୁଟିରେ ରହିଛନ୍ତି |