କେତେ କ୍ଷତି ସହିଲେଣି ଋଷ-ୟୁକ୍ରେନ

ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିଗଲାଣି | ତେବେ ଏହି ଏକ ବର୍ଷ ମଧ୍ୟରେ ନା ଋଷ ୟୁକ୍ରେନ ଉପରେ ଆକ୍ରମଣ କମ କରିଛି ନା ୟୁକ୍ରେନ ହାର ମାନିଛି | ଆଉ ଏବେ ଋଷ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ କୁହାଯାଇଛି ଯେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଯୁଦ୍ଧ ପୂର୍ବରୁ ଆମେରିକା ଏବଂ ୟୁରୋପର ରଣନୀତିକୁ ବୁଝିପାରିନଥିଲେ ଏବଂ ସ୍ଥାନୀୟ ପ୍ରସଙ୍ଗକୁ ବିଶ୍ୱର ପ୍ରସଙ୍ଗ କରିଦେଇଥିଲେ | ରିପୋର୍ଟରେ କୁହାଯାଇଛି ଯେ ଯୁଦ୍ଧ ଆରମ୍ଭରେ, ଅନେକ ଆମେରିକୀୟ ଏବଂ ୟୁରୋପୀୟ କମ୍ପାନୀ ଋଷରୁ ସେମାନଙ୍କ ବ୍ୟବସାୟ ବନ୍ଦ କରି ପଳାଇବାକୁ ଘୋଷଣା କରିଥିଲେ, କିନ୍ତୁ ଗତ ଏକ ବର୍ଷ ମଧ୍ୟରେ ଏଭଳି କିଛି ହୋଇନାହିଁ। ୟୁକ୍ରେନ ହୁଏତ ପାଶ୍ଚାତ୍ୟର କିଛି ଦେଶର ସମର୍ଥନ ପାଇଥାଇପାରେ, କିନ୍ତୁ ଏସିଆ ଏବଂ ମଧ୍ୟ ପୂର୍ବର ଅନେକ ଦେଶ ୟୁକ୍ରେନକୁ ସମର୍ଥନ ଦେଇନାହାଁନ୍ତି। ତେବେ ଆଜି ଆମେ