ଛତିଶଗଡ଼ରେ ବେକାରିମାନଙ୍କୁ ମିଳିବ ମାସିକ ଅଢେଇ କୋଟି

ଛତିଶଗଡ଼ରେ ବେକାରିମାନଙ୍କୁ ଏବେ ଅଢେଇ ହଜାର ଟଙ୍କା ମାସିକ ଭତ୍ତା ମିଳିବ । ରାଜ୍ୟ ବିଧାନସଭାରେ ଉପସ୍ଥାପିତ ବଜେଟରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ଆଗକୁ ରାଜ୍ୟରେ ନିର୍ବାଚନ ଥିବାରୁ ଯୁବପିଢିଙ୍କୁ ଆକଷ୍ଟ କରିବାକୁ ଏହି ଘୋଷଣା କରାଯାଇଥିବା ଅନୁମାନ କରାଯାଉଛି ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଜି ଗୃହରେ ୨୦୨୩-୨୪ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ୧୮ରୁ ୩୫ ବର୍ଷ ର ବେକାର ଯୁବକଯୁବତୀଙ୍କୁ ୨୫୦୦ ଟଙ୍କା ବେକାରୀ ଭତ୍ତା ଦେବାକୁ ଘୋଷଣା କରିଥିଲେ, ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ଅଢ଼େଇ ଲକ୍ଷରୁ କମ୍। ସେହିପରି ଅଙ୍ଗନବାଡି ସହାୟିକାଙ୍କ ଭତ୍ତା ୩୫୫୦ରୁ ୫ ହଜାରକୁ ବୃଦ୍ଧି କରାଯାଇଛି ।