ଆଗକୁ ବିପଦ! ବଢ଼ିବ ବଜ୍ରପାତ, ଲାଗିବ ଜଙ୍ଗଲରେ ନିଆଁ

ଦିନକୁଦିନ ଜଙ୍ଗଲରେ ହଠାତ ନିଆଁ ଲାଗିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଜଙ୍ଗଲରେ ନିଆଁ ଲାଗିବା ହେତୁ ଅକାରଣେ ଅନେକ ଜୀବଜନ୍ତୁଙ୍କ ମୃତ୍ୟୁ ସହିତ ମୂଲ୍ୟବାନ ଗଛସବୁ ଜଳି ନଷ୍ଟ ହୋଇଯାଉଛି।

ସାରା ବିଶ୍ୱରେ ଜଙ୍ଗଲରେ ନିଆଁ ଲାଗିବାର ମୁଖ୍ୟ କାରଣ ବଜ୍ରପାତ ବୋଲି ବୈଜ୍ଞାନିକମାନେ କହିଛନ୍ତି । ବଜ୍ରପାତ କାରଣରୁ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଅଙ୍ଗାରକାମ୍ଳ, ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ ଅନ୍ୟାନ୍ୟ ଗ୍ୟାସ୍ ନିର୍ଗତ‌ ହୋଇଥାଏ। ଏହି ଗ୍ୟାସଗୁଡ଼ିକ ଜଳବାୟୁରେ ମିଶି ଏକ ନିଆଁ ଲାଗିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ବୈଜ୍ଞାନିକମାନଙ୍କର ଏକ ଟିମ୍ ପାଇଥିବା ପ୍ରମାଣ ସୂଚାଇ ଦେଉଛି ଯେ ଆଗାମୀ ବର୍ଷରେ ପୃଥିବୀ ଅଧିକ ଉତ୍ତତ୍ପ ହେବ ଓ ଏହି କାରଣରୁ ଅଧିକ ସଂଖ୍ୟକ ବଜ୍ରପାତ ହୋଇପାରେ। ଫଳରେ ପୃଥିବୀର ଅନେକ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ବୃଦ୍ଧି ପାଇପାରେ।