ଏଚ୩ଏନ୨ ଋତୁକାଳୀନ, ସଂକ୍ରମଣ ସ୍ୱାଭାବିକ: ସରକାରୀ ସୂତ୍ର

ଏଚ୩ଏନ୨ ହେଉଛି ଏକ ଋତୁକାଳୀନ ସଂକ୍ରମଣ। ସଂକ୍ରମଣ ମାମଲା ବୃଦ୍ଧି ସ୍ୱାଭାବିକ। ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟାଇଥିବା ଇନଫ୍ଲୁଏଞ୍ଜା ଏ ଭୂତାଣୁର ଉପପ୍ରଜାତି ହେଉଛି ଏଚ୍‌୩ଏନ୍‌୨। ତେବେ ଏହା ଋତୁକାଳୀନ ଏବଂ ଏହାର ସଂକ୍ରମଣ ବୃଦ୍ଧି ଏକ ସ୍ୱାଭାବିକ ଘଟଣା।

ଶ୍ୱାସକ୍ରିୟା ଜନିତ ଭୂତାଣୁ ସଂକ୍ରମଣରେ ଦେଶର ୩ଟି ରାଜ୍ୟରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଚ୩ଏନ୨ର ଲକ୍ଷଣ ହେଉଛି ଜ୍ୱର, କାଶ, ଥଣ୍ଡା, ଗଳାରେ ଯନ୍ତ୍ରଣା, ନାକରୁ ପାଣି ବାହାରିବା ଇତ୍ୟାଦି।