ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ତୁଳନା କରିବା ସହ ରାଜ୍ୟର ଆଇନ ଶୃଙ୍ଖଳା ଏବଂ ବିକାଶ ଉପରେ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି।

ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ ଯେମିତି କହିଛନ୍ତି ଯେ ଯେତେବେଳେ ବି ସମାଜ ପାଇଁ କ୍ଷତିକାରକ, ଅନ୍ୟାୟ ଓ ଅତ୍ୟାଚାରୀ ଲୋକଙ୍କର ପ୍ରଭାବ ବଢିଥାଏ, ସେ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ନିଜକୁ ଅବତାରିତ କରିଥାନ୍ତି। ସେହିଭଳି ଉତ୍ତରପ୍ରଦେଶରେ ଯୋଗୀ ଜୀ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦୁଷ୍ଟ ଶକ୍ତି ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି।