ମାର୍ଚ୍ଚ ୧୫ରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବ ଓଡ଼ିଶା ଡ୍ରାଇଭର ମହାସଂଘ

ଓଡ଼ିଶା ଡ୍ରାଇଭର ମହାସଂଘ ଆସନ୍ତାକାଲି (ମାର୍ଚ୍ଚ ୧୫) ଠାରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବ। ଆଜି ଏପରି ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି ୫ ସଂଘ । ଏବେ ଦଶମ ପରୀକ୍ଷା ଚାଲିଥିବା ହେତୁ ଭୁବନେଶ୍ୱର ସହରରେ କୌଣସି ଧାରଣା ଦିଆଯିବନାହିଁ ବୋଲି ସଂଘ କହିଛି। ଓଡ଼ିଶା ଡ୍ରାଇଭର ମହାସଂଘ ସହ ଓଡ଼ିଶା ମଟର ଚାଳକ ସଂଘ, ନାଇଟ ହେଲ୍ପ ଟ୍ରଷ୍ଟ କ୍ୟାବ ସର୍ଭିସ୍ ସଂଘ, ଓଡ଼ିଶା ପରିବହନ ଚାଳକ ସଂଘ ଓ କଳିଙ୍ଗ ଅଟୋ ଚାଳକ ମହାସଂଘ ଏପରି ନିଷ୍ପତ୍ତି ନେଇଛନ୍ତି । ଏହା ଅନୁଯାୟୀ ଭୁବନେଶ୍ବରରେ କୌଣସି ବିରୋଧ କାର୍ଯ୍ୟକ୍ରମ କରିବୁ ନାହିଁ ବୋଲି ସଂଘ କହିଛି।

ଅନ୍ୟପକ୍ଷେ ଅନ୍ୟ ଜିଲ୍ଲାରେ କର୍ମୀମାନେ ତାଙ୍କ ମୁତାବକ ଧାରଣା ଦେବେ। ଭୁବନେଶ୍ବରରେ ଯଦି କୌଣସି ଲୋକେ ଆଇନ୍ ହାତକୁ ନେବେ ତେବେ ସଂଘ ତାହାର ବିରୋଧ କରିବା ସହ ପୁଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି ମଧ୍ୟ କରିବ ବୋଲି କୁହାଯାଇଛି। ଭୁବନେଶ୍ବରରେ କେବଳ ସ୍ତିୟରିଂ ଛାଡ଼ି ଶାନ୍ତିପୂର୍ଣ୍ଣ ଭାବେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବ ସଂଘ । ଗତକାଲି ୬ ଦଫା ଦାବି ନେଇ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ ସଂଘ କିନ୍ତୁ କୌଣସି ସୁଫଳ ମିଳିନଥିବା ବେଳେ ଆଜି ମହାସଂଘକୁ ମନ୍ତ୍ରୀଙ୍କ ସହ କୌଣସି ବୈଠକ ପାଇଁ କୁହାଯାଇନାହିଁ ବୋଲି କହିଛି ମହାସଂଘ ।