ଓସ୍କାର ଜିତିବା ଶ୍ରେୟ ମୋଦୀ ନିଅନ୍ତୁ ନାହିଁ: କଂଗ୍ରେସ

ଭାରତୀୟ ସିନେମା ପାଇଁ ସୋମବାର ଥିଲା ଏକ ଐତିହାସିକ ଦିନ। ଶ୍ରେଷ୍ଠ ମୌଳିକ ସଙ୍ଗୀତ ବର୍ଗରେ ତେଲଗୁ ସି‌ନେମା ଆର୍‌ଆର୍‌ଆର୍‌ର ନାଟୁ ନାଟୁ ଗୀତ ଏବଂ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ସିନେମା ବର୍ଗରେ ‘ଦ ଏଲିଫ୍ୟାଣ୍ଟ ହ୍ବିସ୍ପରର୍ସ’ ଓସ୍କାର ପୁରସ୍କାର ଜିତି ଭାରତ ପାଇଁ ଗୌରବ ଆଣିଥିଲେ । ଆଉ ଭାରତୀୟ ସିନେମାକୁ ଦୁଇଟି ବର୍ଗରେ ଓସ୍କାର ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଥିଲେ । ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ଜିତିଥିବାରୁ ଦେଶ ଗର୍ବିତ ଏବଂ ଉତ୍‌ଫୁଲ୍ଲିତ ଓ ଆଗାମୀ ବହୁବର୍ଷ ପାଇଁ ଏହି ଗୀତ ସ୍ମରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ବର୍ତ୍ତମାନ କଂଗ୍ରେସ ଏହାକୁ ନେଇ ସମାଲୋଚନା କରିଛି |