ଡ୍ରାଇଭର ସଂଘ ସହ ଆଲୋଚନାକୁ ଆମେ ଗୁରୁତ୍ବର ସହ ନେଉଛୁ: ପରିବହନ ମନ୍ତ୍ରୀ

ରାତି ପାହିଲେ ଓଡ଼ିଶା ଡ୍ରାଇଭର ମହାସଂଘ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବ। ମାର୍ଚ୍ଚ ୧୫ଠାରୁ ଆରମ୍ଭ ହେବାକୁ ଥିବା ଏହି ଆ‌ନ୍ଦୋଳନ ପାଇଁ ‌ମହାସଂଘ ଚେତାବନୀ ଦେଇଛି। ତେବେ ଏହି ଆନ୍ଦୋଳନ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଡ୍ରାଇଭର ସଂଘ ସହ ଆଲୋଚନାକୁ ଆମେ ଗୁରୁତ୍ବର ସହ ନେଉଛୁ।

ଏହାକୁ ସଫଳ କରିବାକୁ ଚେଷ୍ଟା କରୁଛୁ। ଡ୍ରାଇଭରଙ୍କ ପାଇଁ ଆମେ ସକରାତ୍ମକ ଚିନ୍ତାଧାରା ରଖିଛୁ। ମୁଖ୍ୟମନ୍ତ୍ରୀ ପଜିଟିଭ ଚିନ୍ତା ରଖିବେ। ଦୁଇ ବର୍ଷ କୋଭିଡ ପରେ ପିଲାମାନେ ମେଟ୍ରିକ୍ ପରୀକ୍ଷା ଦେଉଛନ୍ତି। ପରୀକ୍ଷାର୍ଥୀଙ୍କ କୌଣସି ଅସୁବିଧା ନହେବା ପାଇଁ ମୁଁ ଡ୍ରାଇଭରମାନଙ୍କୁ ଅନୁରୋଧ କରୁଛି। ସାଧାରଣ ଜନଜୀବନ ଯେମିତି କୌଣସି ଅସୁବିଧା ନହୁଏ ଓ ଦାବିକୁ ଗୁରୁତ୍ବର ସହ ନେଇ ବିଚାର କରିବୁ।