ନିଆଁ ଲିଭାଇବାକୁ ଯାଇଥିଲେ କର୍ମଚାରୀ, ଜଙ୍ଗଲ ଭିତରେ ଜଳିଗଲା ବନ ବିଭାଗର ଗାଡ଼ି

ଜଙ୍ଗଲ ନିଆଁରେ ଜଳି ଯାଇଛି ବନ ବିଭାଗ ଗାଡି। ବନ କର୍ମଚାରୀ ନିଆଁ ଲିଭାଇବାକୁ ଯାଇଥିବାବେଳେ ଘଟିଛି ଏ ଅଘଟଣ। ସୁନ୍ଦରଗଡ଼ ବନଖଣ୍ଡ ସଦର ବନାଞ୍ଚଳ ଭବାନୀପୁର ଜଙ୍ଗଲରେ ଘଟିଥିବା ଏ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଆଜି ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇବା ପରେ ବନ ବିଭାଗର ଏକ ଟିମ ସେଠାକୁ ଯାଇଥିଲା।

ଜଙ୍ଗଲ ଭିତରେ କୌଣସି ଏକ ସ୍ଥାନରେ ଗାଡି ରଖି ଭିତରକୁ ନିଆଁ ଲିଭାଇବାକୁ ଯାଇଥିଲା ଟିମ୍। ଏହି ସମୟରେ ଜଙ୍ଗଲ ନିଆଁ ଗାଡିରେ ଲାଗି ଯାଇଥିଲା। କର୍ମଚାରୀ ଜଙ୍ଗଲ ଭିତରୁ ଫେରିଲା ବେଳକୁ ଗାଡି ପୋଡି ଛାରଖାର ହୋଇଯାଇଥିଲା। ଏହା ପରେ ଘଟଣାକୁ ବିଭାଗ ଲୁଚାଇବାକୁ ଚେଷ୍ଟା କରିଥିଲେ ମଧ୍ଯ କୌଣସି ପ୍ରକାରେ କଥା ପଦାକୁ ଆସିଥିଲା।