ଉଦ୍ଧବଙ୍କୁ ଆଉ ଏକ ଝଟକା: ସିନ୍ଦେଙ୍କ ସହ ହାତ ମିଳାଇବେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ ସାୱନ୍ତ

ଶିବସେନାର ନାଁ ଏବଂ ଦଳୀୟ ଚିହ୍ନ ହରାଇବା ପରେ ଏବେ ପୁଣି ଥରେ ଉଦ୍ଧବ ଠାକରେଙ୍କୁ ଝଟକା ଲାଗିଛି। ଏକନାଥ ସିନ୍ଦେ କ୍ଷମତା ଛଡ଼ାଇନେବା ପରେ ଏବେ ଉଦ୍ଧବଙ୍କଠାରୁ ତାଙ୍କ ସମର୍ଥକ ମଧ୍ୟ ଦୂରେଇ ଯାଉଥିବା ଦେଖାଯାଇଛି। ଅତୀତରେ ଉଦ୍ଧବଙ୍କ ସମର୍ଥକ ସିନ୍ଦେଙ୍କ ସହ ହାତ ମିଳାଇଥିବା ଦେଖିବାକୁ ମିଳିଥିବା ବେଳେ କିଛି ଦିନ ତଳେ ଉଦ୍ଧବଙ୍କ ଅତି ଘନିଷ୍ଠ ବନ୍ଧୁ ସୁଭାଷ ଦେଶାଇଙ୍କ ପୁଅ ଭୂଷଣ ଦେଶାଇ, ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେଇଥିଲେ।

ଏବେ ଠାକରେଙ୍କ ଗୋଷ୍ଠୀର ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ ସାୱନ୍ତ ଏବେ ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେବେ। ସେ ସିନ୍ଦେଙ୍କ ଶିବସେନାର ସଦସ୍ୟତା ଗ୍ରହଣ କରିବେ ବୋଲି ଜଣାପଡ଼ିଛି।