ଜଣେ ପୁରୁଷଙ୍କୁ ବିବାହ କରିଥିବା ୨ ମହିଳା ସ୍ବାମୀ ସହ ଭାଗଭାଗ କରି ସମୟ ବିତାଇବାକୁ ସ୍ୱାକ୍ଷର କଲେ ଚୁକ୍ତି

ଜଣେ ପୁରୁଷ ଓ ତାଙ୍କ ପ୍ରଥମ ପତ୍ନୀଙ୍କ ସମେତ ଦୁଇ ଜଣ ମହିଳା ସପ୍ତାହରେ ତିନି ଦିନ ଲେଖାଁଏ ଭାଗଭାଗ କରି ଦୁଇଟି ପୃଥକ ଘରେ ଶାନ୍ତିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ସପ୍ତାହର ସପ୍ତମ ତଥା ଅନ୍ତିମ ଦିନଟିକୁ ପୁରୁଷଙ୍କୁ ତାଙ୍କ ପସନ୍ଦର ମହିଳାଙ୍କ ସହ ବିତାଇବାର ସ୍ୱାଧୀନତା ଦେଇଛନ୍ତି ଏବଂ ଏ ସଂପର୍କରେ ସମସ୍ତ ପକ୍ଷଙ୍କୁ ନେଇ ସେମାନଙ୍କ ମଧ୍ୟରେ ସହମତି ଭିତ୍ତିରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ବୋଲି ଗ୍ବାଲିଅର ସହରର ପାରିବାରିକ ଅଦାଲତ ସହ ଜଡ଼ିତ ଜଣେ ଓକିଲ କହିଛନ୍ତି।

ତେବେ କାଉନସେଲର ତଥା ଆଇନଜୀବୀ ହରିଶ ଦିଓ୍ଵାନ ହିନ୍ଦୁ ଆଇନ ଅନୁଯାୟୀ ସେମାନଙ୍କ ମଧ୍ୟରେ ହୋଇଥିବା ଏହି ‘ଚୁକ୍ତି’କୁ ବେଆଇନ ବୋଲି ମଧ୍ୟ କହିଛନ୍ତି।