୮୧ କେଜି ଗଞ୍ଜେଇ ଜବତ, ଦୁଇ କାର ସହ ୫ ଗିରଫ

ଗଞ୍ଜେଇ ଧରପଗଡରେ ନବରଙ୍ଗପୁର ଜିଲ୍ଲା ମଇଦଲପୁର ପୁଲିସକୁ ପୁଣି ମିଳିଛି ସଫଳତା। କୋରାପୁଟ ଅଞ୍ଚଳରୁ ବିହାରକୁ ଗଞ୍ଜେଇ ଚାଲାଣ ବେଳେ ମଇଦଲପୁର ପୁଲିସ ଗାଡି ଯାଞ୍ଚ ସମୟରେ ୮୧ କେଜି ଗଞ୍ଜେଇ ସହ ୨ଟି କାର ଜବତ କରିବା ସହ ୫ ଜଣ ଯୁବକକୁ ଗିରଫ କରିଛି ମଇଦଲପୁର ପୁଲିସ। ମଇଦଲପୁର ଥାନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରେ କୁହାଯାଇଛି ଯେ ପୁଲିସ ଡାବୁଗାଁ ଛକ ଓ ଥାନା ନିକଟରେ ଗାଡି ଯାଞ୍ଚ ସମୟରେ ୨ଟି କାର ଦ୍ରୁତ ଗତିରେ ଯାଉଥିବାର ସନ୍ଦେହ କରି ଉକ୍ତ ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ତେବେ ଗୋଟିଏ କାରକୁ ପୁଲିସ ଅଟକ ରଖିବାରେ ସଫଳ ହୋଇଥିବାବେଳେ ଆଉ ଏକ କାର ପୁଲିସକୁ ଚକମା ଦେଇ ସେଠାରୁ ପଳାଇଯାଇଥିଲା |