ରାଜସ୍ଥାନରେ ହେବ ୧୯ଟି ନୂଆ ଜିଲ୍ଲା, ନିର୍ବାଚନ ପୂର୍ବରୁ ଗେହଲୋଟ୍ ସରକାରଙ୍କ ବଡ଼ ଘୋଷଣା

ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏହି ଘୋଷଣା ରାଜ୍ୟରେ ନିର୍ବାଚନୀ ସମୀକରଣକୁ ବଦଳାଇଦେଇପାରେ । ରାଜ୍ୟରେ ୧୯ଟି ନୂଆ ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ରାଜସ୍ଥାନରେ ୩୩ଟି ଜିଲ୍ଲା ଥିଲା, କିନ୍ତୁ ଏହି ଘୋଷଣା ପରେ ଏବେ ଜିଲ୍ଲା ସଂଖ୍ୟା ୫୨କୁ ବୃଦ୍ଧି ପାଇବ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୧୯ଟି ନୂଆ ଜିଲ୍ଲା ମଧ୍ୟରେ ଅନୁପଗଡ଼, ବାଲୋତ୍ରା, ବେୱାର, ଦିଗ, ଡୁଡୁ, ଜୟପୁର ଉତ୍ତର, ଜୟପୁର ଦକ୍ଷିଣ, ଯୋଧପୁର ପୂର୍ବ, ଯୋଧପୁର ପଶ୍ଚିମ, ଗଙ୍ଗାପୁର ସିଟି, କେକ୍ରି, କୋଟପୁଟଲି, ଖଇରତାଲ, ବେହରୋର, ନିମକାଥାନା, ସାନଚୋର, ଫାଲୋଡି, ସାଲୁମ୍ବର, ଶାହପୁରା ରହିଛି ।