ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହୋଇ ବାହାରିଲେ ଜୟନାରାୟଣ ମିଶ୍ର, ଦେଲେନି ପ୍ରତିକ୍ରିୟା

ବିଜେପୁର ଉପନିର୍ବାଚନ ଦିଲେଶ୍ୱର ସାହୁ ହତ୍ୟାକାଣ୍ଡ ଘଟଣା ସହିତ ଅନ୍ୟ ୨ଟି ମାମଲାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୁକ୍ରବାର ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। ଶ୍ରୀ ମିଶ୍ର  ଭୁବନେଶ୍ୱର ସ୍ବତନ୍ତ୍ର ତୃତୀୟ ଏଡିଜେ କୋର୍ଟରେ ହାଜର ହୋଇଥିଲେ। ସୋହେଲା ଜେଏମ୍‌ଏଫ୍‌ସି କୋର୍ଟରୁ ମାମଲା ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ସେ ହାଇକୋର୍ଟରେ ଜାମିନରେ ରହିଥିଲେ। କେବଳ ଔପଚାରିକତା ଦୃଷ୍ଟିରୁ ଏଠି ପୁଣି ଜାମିନ ହେଲା ଏବଂ ଆଗାମୀ ଦିନରେ ଏଠାରେ ଶୁଣାଣି ହେବ। ଏହି ମାମଲା ଅଦାଲତର ବିଚାରାଧୀନ ଅଛି। ଏଥିପାଇଁ ଅଧିକ କିଛି କହିବାକୁ ସେ ମନା କରିଛନ୍ତି।