ରାଜ୍ୟବ୍ୟାପି ପେଟ୍ରୋଲ ପମ୍ପରେ ଫେରୁଛି ସ୍ବାଭାବିକ ପରିସ୍ଥିତି

ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ କାରଣରୁ ରାଜ୍ୟବ୍ୟାପି ପ୍ରଭାବିତ ପେଟ୍ରୋଲ ପମ୍ପଗୁଡ଼ିକରେ ଶୁକ୍ରବାର ସନ୍ଧ୍ୟାଠାରୁ ସ୍ବାଭାବିକ ପରିସ୍ଥିତି ଫେରୁଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ତେଲ ଫିଲିଙ୍ଗ ନେଇ ସ୍ଥିତି ସ୍ୱାଭାବିକ ହୋଇଯାଇଛି। ଉତ୍କଳ ପେଟ୍ରୋଲିୟ ଡିଲର ଆସୋସେସନ ସାଧାରଣ ସଂପାଦକ ସଂଜୟ ଲାଠ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଶ୍ରୀ ଲାଠ କହିଛନ୍ତି ଯେ, ଭୁବନେଶ୍ବରର ପ୍ରାୟ ଟାଙ୍କିରେ ପେଟ୍ରୋଲ ପହଞ୍ଚି ସାରିଛି। ଯେଉଁଭଳି ଜନସାଧାରଣ ପେଟ୍ରୋଲ କିଣିକି ପକାଇଛନ୍ତି ଆଗାମୀ ୩ଦିନ ପର୍ଯ୍ୟନ୍ତ ପେଟ୍ରୋଲ ବେପାର ମାନ୍ଦା ରହିବ। ବିଶେଷକରି ସାରା ଓଡ଼ିଶାରେ ସ୍ଥିତି ସ୍ୱାଭାବିକ ହେବା ପାଇଁ ଆଉ ୨ ଦିନ ସମୟ ଲାଗିବ। କିନ୍ତୁ ପେଟ୍ରୋଲର ଅସୁବିଧା ହେବ ନାହିଁ । ଏଥିରୁ ଗୋଟେ କଥା ଶିକ୍ଷାଲାଭ ମିଳିଲା ଯେ ଆନ୍ଦୋଳନ କଲେ ବି ତୈଳ ଗାଡିକୁ ଏଥିରେ ଆଡ଼ କରିବା ନାହିଁ। ଯଦି କରାଯାଏ ତେବେ ଜନସାଧାରଣ ଅସୁବିଧାରେ ପଡିବେ।