‘୪୫ଦିନ ପରେ ମୋତେ ସୂଚନା ମାଗୁଛନ୍ତି’; ପୁଲିସ ଘରେ ପହଞ୍ଚିବା ପରେ ରାହୁଲଙ୍କ ପ୍ରତିକ୍ରିୟା

ଶ୍ରୀନଗରରେ ‘ଭାରତ ଯୋଡ଼ୋ ଯାତ୍ରା’ ଭାଷଣରେ ଯୌନ ଉତ୍ପୀଡ଼ନର ସରବ୍ୟ ହୋଇଥିବା ପୀଡ଼ିତାମାନଙ୍କ ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ଉପରେ ସୂଚନା ସଂଗ୍ରହ କରିବା ଲାଗି ଆଜି ସ୍ପେସାଲ୍‌ ପୁଲିସ କମିସନର୍‌ (ଆଇନଶୃଙ୍ଖଳା) ସାଗରପ୍ରୀତ୍‌ ହୁଡାଙ୍କ ନେତୃତ୍ବରେ ଦିଲ୍ଲୀ ପୁଲିସ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଥିଲା। ହେଲେ କଂଗ୍ରେସ ନେତାଙ୍କ ବିରୋଧ ପରେ ପୁଲିସକୁ ଫେରିବାକୁ ପଡ଼ିଥିଲା।

ଏଭଳି ପୁଲିସ ଘରେ ପହଞ୍ଚିଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀ ପୁଲିସକୁ ଏକ ମେଲ୍ ପଠାଇଥିବା ଜଣାପଡ଼ିଛି। କୁହାଯାଉଛି ଯେ, ରାହୁଲ ନିଜ ମେଲରେ ସମୁଦାୟ ୧୦ଟି ପଏଣ୍ଟ ଅନ୍ତର୍ଭୁକ୍ତ କରିଛନ୍ତି। ମେଲରେ ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ମୁଁ ଜାନୁଆରି ୩୦ରେ ଯାହା କହିଥିଲି, ୪୫ଦିନ ପରେ ଏହାର ଜବାବ ମୋତେ ପୁଲିସ ମାଗୁଛି। ଜବ‌ାବ ଦେବା ପାଇଁ ମୋତେ ୮-୧୦ଦିନ ସମୟ ଦିଆଯାଉ।