ଘୋଡାଶାଳ ଘାଟିରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୬୦ରୁ ଊର୍ଦ୍ଧ୍ବ ଯାତ୍ରୀ, ୨ଗୁରୁତର

ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ତାଣ୍ଡିଗୁଡା ଗ୍ରାମରୁ ପୁଡାମାରୀ ଫେରୁଥିବା ଆଜି ଅପରାହ୍ନରେ ଏକ ଘରୋଇ ବସ ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଦୁଇ ଜଣ ଯାତ୍ରୀ ଗୁରୁତର ଅଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନାୟକ ଏଣ୍ଡ ନାୟକ ନାମକ ଏକ ଘରୋଇ ବସ ଘୋଡାଶାଳ ଘାଟି ଉଠୁଥିବା ସମୟରେ ଗାଡିରେ ଯାନ୍ତ୍ରିକ ସମସ୍ଯା ଦେଖାଦେଇଥିଲା। ଗାଡିଟି ଅଚାନକ ପଛକୁ ପଛକୁ ଖସିବାରୁ କିଛି ଯାତ୍ରୀ ଗାଡିରୁ ଡେଇଁ ପଡିଥିଲେ। ସୌଭାଗ୍ୟବଶତଃ ପାହାଡ ପଟକୁ ବ୍ୟାକ ହେବାରୁ ଗାଡିଟି ତଳକୁ ଖସି ନଥିଲା। ଏହି ସମୟରେ ଗାଡି ଭିତରେ ପେଲା ଠେଲାରେ ୯ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୁନା ମଣ୍ଡଳ(୬୦)ଙ୍କ ବାମ ଜଙ୍ଘ ଭାଙ୍ଗିଥିବାବେଳେ ପ୍ରମିଳା ଶବର(୧୯)ଙ୍କ ଡାହାଣ ଜଙ୍ଘ ଭାଙ୍ଗିଛି। ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ପଠା ଯାଇଛି।