ଜାଲିଆତି ଅଭିଯୋଗରେ ଘରୋଇ ନର୍ସିଂ କଲେଜ ମାଲିକ ଗିରଫ

ଜାଲିଆତି ଅଭିଯୋଗରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଏକ ଘରୋଇ ନର୍ସିଂ କଲେଜ ଅଧ୍ୟକ୍ଷ ତଥା ମାଲିକ ଅନୁଗୁଳ ସଦର ଥାନା କାଙ୍ଗୁଲା ଗ୍ରାମର କୈଳାସ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଏହି ନର୍ସିଂ କଲେଜରେ ପଢ଼ୁଥିବା ଆଦିବାସୀ ଛାତ୍ରୀ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୁଳା ଥାନା ଝରାବେଣୀ ଗ୍ରାମର ପ୍ରିୟଙ୍କା ନାଏକ(୨୧), ପରା ଗ୍ରାମର ସୁମତି ମାହାର(୨୦) ଓ ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମର ଆଶାଞ୍ଜଳି ପଧାନ(୨୧) ପ୍ରଥମ ବର୍ଷ ପରୀକ୍ଷାରେ ଫେଲ ହୋଇଥିଲେ। ଫେଲ ସତ୍ତ୍ୱେ ଦ୍ୱିତୀୟ ବର୍ଷର ପରୀକ୍ଷା ପାଇଁ ଫର୍ମ ପୂରଣ ନାଁରେ ତାଙ୍କ ଠାରୁ ଟଙ୍କା ନେଇଥିଲେ। ପରୀକ୍ଷା ହଲରେ ପରୀକ୍ଷା ଦେଇ ନପାଇବା ପରେ କଲେଜ ପକ୍ଷରୁ ଦିଆଯାଇଥିବା ଆଡମିଟ କାର୍ଡ ଜାଲିଆତି ଓ ଫର୍ମ ଫିଲପ ଟଙ୍କା ଆତ୍ମସାତ କରିଥିବା ନେଇ ତିନି ଛାତ୍ରୀ ଜାଣିବାକୁ ପାଇଥିଲେ।