ତାତିରେ କଲବଲ ସାରା ଓଡିଶା: ଝାରସୁଗୁଡାରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା

ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ -ଗରମ ବାୟୁ ପ୍ରଭାବରେ ଦିନ ତାପମାତ୍ରାରେ ବୃଦ୍ଧି ହୋଇଛି | ଆଜି ରାଜ୍ୟର ଅଧିକାଂଶ ଅଂଚଳରେ ତାପମାତ୍ରା ୩୯ ଡିଗ୍ରୀ ତାପମାତ୍ରା ଉପରେ ଥିବାବେଳେ ବାରିପଦା ଓ ଝାରସୁଗୁଡାରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସରେ ପହଂଚିଛି | ପାଣିପାଗ ବିଭାଗରୁ ମିଳିଥିବା ସୂଚନା ମୁତାବକ ଝାରସୁଗୁଡାରେ ଆଜି ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବାବେଳେ ବାରିପଦାରେ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି |

ସେହିପରି ଭୁବନେଶ୍ୱରରେ ୩୯.୭ ଡ଼ିଗ୍ରୀ, ଚାନ୍ଦବାଲିରେ ୩୯.୭ ଡ଼ିଗ୍ରୀ, ସମ୍ବଲପୁରରେ ୩୯.୭ ଡ଼ିଗ୍ରୀ, ଅନୁଗୁଳରେ ୩୯.୭ ଡିଗ୍ରୀ, ବୌଦ୍ଧରେ ୩୯.୫ ଡିଗ୍ରୀ, ମାଲକାନଗିରିରେ ୩୯.୫ ଡିଗ୍ରୀ, ଟିଟିଲାଗଡ଼ରେ ୩୯ଡିଗ୍ରୀ, ସୋନପୁରରେ ୩୯.୨ ଡିଗ୍ରୀ, ସୁନ୍ଦରଗଡ ଓ ଜଗତସିଂହପୁରରେ ୩୯ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି | ଆଗାମୀ ୨ ରୁ ୩ ଦିନ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି |