୪୩ ଡିଗ୍ରି ସହ ଝାରସୁଗୁଡ଼ା ଉତ୍ତପ୍ତ ସହର! ୨୯ ବର୍ଷର ରେକର୍ଡ ଭାଙ୍ଗିଲା ଗୋପାଳପୁର

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡ଼ିଗ୍ରି ରେକର୍ଡ ହୋଇଛି। ଝାରସୁଗୁଡ଼ାବାସୀଙ୍କୁ ତାପମାତ୍ରା ଅଧିକ ଅସ୍ତବ୍ୟସ୍ତ କରିଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ୧୪ଟି ସହରର ତାପାମାତ୍ରା ୪୦ ଡିଗ୍ରି ଥିବା ‌ବେଳେ ଗୋପାଳପୁର ୨୯ ବର୍ଷର ରେକର୍ଡ ଭଙ୍ଗ କରିଛି।

ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଆଜି ବାରିପଦାରେ ତାପମାତ୍ରା ୪୨.୫, ସମ୍ବଲପୁରରେ ୪୨, ବୌଦ୍ଧ ଓ ତାଳଚେର (୪୧.୬ଡିଗ୍ରି), ବଲାଙ୍ଗୀର ଓ ଟିଟିଲାଗଡ଼ (୪୧.୨ ଡିଗ୍ରି), ଅନୁଗୁଳ, ଭଦ୍ରକ, ସୁନ୍ଦରଗଡ଼, ସୋନପୁର (୪୧ଡିଗ୍ରି), ହୀରାକୁଦ ୪୦.୭, ରାଉରକେଲା ୪୦.୬ ଓ ଚାନ୍ଦବାଲି ୪୦.୩ ଡିଗ୍ରି ରେକର୍ଡ କରାଯାଇଛି।