ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ: ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବୁଧବାର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବମାନଙ୍କ ସହିତ ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ନେବାକୁ ଥିବା ପଦେକ୍ଷପ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ଅଗ୍ନୀଶମ ସେବା ପୁଲିସ ମହାନିର୍ଦ୍ଦେଶକ, ସ୍ଵତନ୍ତ୍ର ରିଲିଫ୍ କମିସନର, ଓସଡମାର ପରିଚାଳନା ନିର୍ଦ୍ଦେଶକ, ସିନିୟର କମାଣ୍ଡାଣ୍ଟ ଏନଡିଆରଏଫ୍‌, ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ବରର ସହନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ପାରାଦୀପ ଏବଂ ଗୋପାଳପୁରରେ ଡୋପଲର ରାଡାର କାର୍ଯ୍ୟ କରଛି ଯାହା ସାଇକ୍ଲୋନ୍‌ ଟ୍ରାକିଂ ଏବଂ ପାଣିପାଗ ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ। ଏହି ରାଡାରଗୁଡ଼ିକ ଟର୍ନାଡୋ/ବଜ୍ରପାତ/କୁଆପଥର ପୂର୍ବାନୁମାନ କରିବାରେ ସାହାଯ୍ୟ କରେ।  ସାଇକ୍ଲୋନ ପରିସ୍ଥିତିରେ ଟେଲିକମ ସିଷ୍ଟମକୁ କାର୍ଯ୍ୟକ୍ଷମ ରଖିବା ପାଇଁ ବିଏସ୍ଏନ୍‌ଏଲ୍ ଏବଂ ଟେଲିକମ୍ ସେବା ପ୍ରଦାନକାରୀଙ୍କ ଦ୍ବାରା ଆପଦକାଳୀନ ବ୍ୟବସ୍ଥା କରାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଆଗୁଆ ମୋବାଇଲ ଟାୱାରଗୁଡ଼ିକୁ ନିୟୋଜିତ କରିବା ପାଇଁ ଯୋଜନା କରାଯାଇଛି। ସମ୍ଭାବ୍ୟ ବାତ୍ୟା ପ୍ରବଣ ଅଞ୍ଚଳର ସମସ୍ତ ସେଲ‌ ଫୋନ୍‌ ଗ୍ରାହକଙ୍କୁ ଭଏସ୍‌ ମେସେଜ୍‌ ସହିତ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସାଇକ୍ଲୋନ୍‌ନ ଚେତାବନୀ ଏବଂ ଆଇଏମ୍‌ଡିର ଆଲର୍ଟ ମେସେଜ ପଠାଇବାକୁ ବିଏସ୍‌ଏନ୍‌ଏଲ୍‌କୁ ନିର୍ଦ୍ଦେଶ ଦିଆଯାଇଛି।